Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା

Lionel Messi Biography In Odia

Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା

Lionel Andrés Messi is an Argentine professional footballer who plays as a forward for Spanish club Barcelona and the Argentine national team.
ନାମ - ଲିଓନେଲ୍ ଆଣ୍ଡ୍ରଏସ  ମେସି
ଜନ୍ମ -   ୨୪ ଜୁନ ୧୯୮୭
ଜନ୍ମ ସ୍ଥାନ- ରୋସରିଓ, ଆର୍ଜେଣ୍ଟିନା
ଡାକ ନାମ - ମେସି
ଉଚ୍ଚତା - ୧.୭୦ ମି. ( 5 ଫୁଟ  ୭ ଇଂଚ )
ଖେଳିବାର ସ୍ଥାନ-  ଆଗରେ (Forward)
ଖେଳୁଥିବା ଦଳ - ବାର୍ସୀଲୋନା (Barcelona)
ସାର୍ଟ   ନଂ -‎ ୧୦
ସମ୍ୱନ୍ଧ
ଜର୍ଜ  ହ୍ରଚିଓ  ମେସି (ପିତା ) 
ଚେଳିଆ  ମାରିଆ   ଚୂଚ୍ଚିତ୍ତିନି ( ମା )

ରୋଡ଼ରିଗ  ମେସି (ଭାଇ) 
ମାରିଆ  ସୋଲ ମେସି (ଭଉଣୀ) 
ମାଟିଏସ  ମେସି(ଭାଇ)
ଅନ୍ତୋନେଲ୍ଲା ରଚୁଜୁ (ସ୍ତ୍ରୀ )
ଥୀଆଗୋ ମେସି(ପୁଅ )
ପୁରସ୍କାର-
୫ଟି ବାଲାନ୍ ଡି ଓର୍ ପୁରସ୍କାର
୩ଟି ଇଉରୋପିଆନ୍ ସୁନା ବୁଟ୍

Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା

ଲିଓନେଲ୍ ଆଣ୍ଡ୍ରଏସ  ମେସି ଆର୍ଜେଣ୍ଟିନା ( ଦକ୍ଷିଣ ଆମେରିକାରେ ଥିବା ଏକ ଦେଶ )ର ଜଣେ ନିପୁଣ ବିଶ୍ବପ୍ରସିଦ୍ଧ ମହାନ ଫୁଟବଲ୍ ଖେଳାଳି ଭାବେ ଜଣା  | ସେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଓ ଫୁଟବଲ୍ ଦଳ ବାର୍ସୀଲୋନା (FC Barcelona) ରୁ ଖେଳନ୍ତି।

ମେସିଙ୍କର ଜନ୍ମ  ୨୪ ଜୁନ୍ ୧୯୮୭ରେ ରୋସରିଓ, ଆର୍ଜେଣ୍ଟିନାରେ ହୋଇଥିଲା । ତାଙ୍କ ପିତା ଷ୍ଟିଲ ଫେକଟ୍ରୀ ରେ କାମ କରୁଥିଲେ |ମେସିଙ୍କର ଫୁଟବଲ ଖେଳରେ ଅଗ୍ରହ ଯଗୁଁ ୪ ବର୍ଷ ବୟସରେ ସେ ସେଠାକାର ସ୍ଥାନୀୟ ଫୁଟବଲ୍ କ୍ଳବ ଗ୍ରାଣ୍ଡଲୀରେ ସାମିଲ ହେଇଥିଲେ ଯଉଠିକି ତାଙ୍କ ପିତା ଫୁଟବଲ ତାଲିମ ମଧ୍ୟ ଦେଉଥିଲେ |
Lionel Messi Biography In Odia

ତାଙ୍କ ଆଈ(ମାଙ୍କର ମା ) ଯିଏ କି ତାଙ୍କୁ ସବୁ ବେଳେ ଫୁଟବଲ ଖେଳିବା ପାଇଁ   ଅଭିପ୍ରେରିତ କରୁଥିଲେ |  ସେଥି ପାଇଁ ଆଜି ପଯ୍ୟନ୍ତ ଯେତେବେଳେ   ମେସି ଗୋଲ କରନ୍ତି  ଖୁସି ରେ ଆଇ ଙ୍କ ସ୍ମରଣରେ  ସେତେବେଳେ ଉପରକୁ ଚାହିଁ  ଆଈଙ୍କୁ ଶ୍ରଦ୍ଧାଂଜଳୀ ଦିଅନ୍ତି |
ସେ ୬ ବର୍ଷରେ ରୋସରିଓ ଥିବା ନିଉଏଲ୍ ଓଲଡ଼ ବୟଜ ଫୁଟବଲ କ୍ଲବରେ ଯୋଗଦାନ କରିଥିଲେ । ସେଠାରେ ସେ ୬ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ଗୋଲ୍ କରି ସେଠାକାର ଲୋକଙ୍କର ପ୍ରିୟ ହୋଇପାରିଥିଲେ ।ତାଙ୍କ ଆଉ ତାଙ୍କ ଦଳରେ ସମସ୍ତେ ଭଲ ଖେଳୁଥିବାଯାଗୁଁ ତାଙ୍କ ଦଳକୁ ଲେକେ "ଦି ମେସିନ  ଅଫ ୮୭ " କହୁଥିଲେ |

ମେସି ମାତ୍ର ୧୦ ବର୍ଷ ବୟସରେ ଗ୍ରୋଥ୍ ହରମୋନ୍ ଅଭାବର ଶିକାର ହୋଇଥିଲେ । ନିଉଏଲ୍ ଓଲଡ଼ ବୟଜ ମେସିଙ୍କ ରୋଗର ଉପଚାରରେ ଆର୍ଥିକ ସହାୟତା କରିଥିଲେ । ରିଭର ପ୍ଲେଟ୍ ମେସିଙ୍କୁ ନିଜ ଦଳରେ ମିସେଇବାକୁ ପ୍ରୟାସ କରିଥିଲା ମାତ୍ର ସେ ମେସିଙ୍କ ରୋଗର ଉପଚାରରେ ଅର୍ଥିକ ସହାୟତା କରିପାରିନଥିଲେ କାରଣ ସେତେବେଳେ ରିଭର ପ୍ଲେଟ୍ ଘୋର୍ ଅର୍ଥିକ ଦୁରାବସ୍ତା ଦେଇ ଗତି କରୁଥିଲା ।

ଯେହେତୁ ମେସିଙ୍କ ଜଣେ ସମ୍ପର୍କିୟ କଟାଲୋନିଆରେ ଥିଲେ, ସେ ମେସିଙ୍କ ବାର୍ସୀଲୋନା ଫୁଟବଲ ଦଳ ରେ ଯୋଗଦେବା ହେତୁ ପରୀକ୍ଷଣର ଆୟୋଜନ କରିଥିଲେ। ମେସିଙ୍କୁ ସେଠାରେ ପ୍ରଥମ ଦଳର  ଅଧ୍ୟକ୍ଷ କରଲ୍ୟ ରେସଚ ଗୋଟିଏ ରୁମାଲ ପେପର ରେ ଚୁକ୍ତିପତ୍ର ଦେଇ ବାର୍ସୀଲୋନା ଫୁଟବଲ ଦଳରେ ସାମିଲ କରିଥିଲେ  | ସେଠାରେ ମେସିଙ୍କର ରୋର ଉପଚାର ପାଇଁ ମେସିଙ୍କ ପରିବାରକୁ ମଧ୍ୟ ବାର୍ସୀଲୋନାକୁ ସ୍ୱତନ୍ତରିତ ହେବ ପାଇଁ ପଡିଥିଲା | ନିଜର ଗ୍ରୋଥ୍ ହରମୋନ୍ ଉପଚାର ପରେ ମେସି ବାର୍ସୀଲୋନାର ଶ୍ରେଷ୍ଠ ଯୁବ ଦଳ ଶିଶୁ ଫୁଟବଲ ଦଳର ଅବିଛେଦ୍ୟ ଅଂଗ ପଲାଟିଥିଲେ।
୨୦୦୨-୩ରେ ସେ ୩୬ ଗୋଲ୍ ସହ ଟପ ଗୋଲ୍ କରିଥିବା ଖେଳାଳୀ ହୋଇଥିଲେ ।  ସେହି ଖେଳ ଶେଷରେ ମେସିକୁ ଇଂରାଜୀ କ୍ଲବ୍ ଅର୍ସେନାଲ୍ ତରଫରୁ ଖେଳିବାକୁ ସୁଯୋଗ୍ ଆସିଥିଲା କିନ୍ତୁ ମେସି ବାର୍ସେଲୋନାରେ ରହିବାକୁ ନିଷ୍ପତି ନେଇଥିଲେ ଏବଂ ଏହା ମେସିଙ୍କ ଜୀବନର ଅନ୍ୟତମ ଯୁଗାନ୍ତକାରୀ ନିସ୍ପତି ଥିଲା । 
Lionel Messi Biography In Odia

ମେସିଙ୍କ ଅଧିନୟକତ୍ଵରେ ଆର୍ଜେନ୍ଟିନା କୋପା ଆମେରିକା କପ ଏବଂ ବିଶ୍ଵ କପର ଫାଇନାଲରେ ପ୍ରବେଶ କରି ପାରିଛି ।
ସେ ଏକମାତ୍ର ଖେଳାଳୀ ଭାବେ ୫ଟି ବାଲାନ୍ ଡି ଓର୍ ପୁରସ୍କାର ୨୦୦୯  ରୁ ୨୦୧୨  ପଯ୍ୟନ୍ତ ଲଗାତ|ର ୪ ଟି ଏବଂ ୨୦୧୫  ରେ ପୁଣିଥରେ ଜିତି ବିଶ୍ୱ ରେକର୍ଡ କରିଛନ୍ତି |
ସେ ୩ଟି ଇଉରୋପିଆନ୍ ସୁନା ବୁଟ୍ ଜିତିଛନ୍ତି |
ମେସି ପ୍ରଥମ ଖେଳାଳୀ ଯିଏ କ୍ଲବ ଇତିହାସରେ ଲଗାତାର ୭  ଥର ୪୦  ରୁ ଅଧିକ ଗୋଲ କରିଛନ୍ତି | 
ସେ ୨୦୧୨  ମସିହାରେ ୯୨  ଗୋଲ କରିଥିଲେ ଯାହା  ଗିନିଜ ବୁକ ରେ  ଲେଖାଯାଇଛି |

Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା


Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା Lionel Messi Biography In Odia | ଲିଓନେଲ୍ ମେସି ବିଷୟରେ କିଛି ଜାଣିବା କଥା Reviewed by odia love story on June 22, 2018 Rating: 5

No comments:

'
Powered by Blogger.